ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ମୁଖ୍ୟମନ୍ତ୍ରୀ କହିଲେ, ଜୀବନ ଆଗ ପଛେ ଅର୍ଥନୀତି ।
ସବୁଥିରେ ଅନିଶ୍ଚିତତା ଭିତରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଅବଶ୍ୟ ଜୀବନ ମରଣର ଯୁଦ୍ଧ ଭିତରେ ସ୍କୁଲ କଲେଜରେ ପାଠ ପଢ଼ା ଅପେକ୍ଷା କରିପାରିବ କିନ୍ତୁ ଆଗ କରୋନାକୁ ହରାଇବାକୁ ପଢ଼ିବ ।
ତେବେ ଲକ୍ ଡ଼ାଉନ ଭିତରେ ଯେପରି ପେଟ ଭୋକିଲା ରହିବ ନାହିଁ ସେଥିପାଇଁ କୃଷି କାର୍ଯ୍ୟ ଓ ନରେଗା କାମକୁ ଜାରି ରଖିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ତେବେ ଏହି କାମ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ହେବ । କରୋନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି ବୋଲି ନବୀନ ସୂଚନା ଦେଇଛନ୍ତି ।
ଆମେରିକାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେରିକାରେ ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା । ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା, ଯେତେ ଲୋକ କରୋନାରେ ପ୍ରାଣ ହରାଇଲେଣି । ତଥାପି ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇଛି । ଏପଟେ ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି । ଓଡିଶା ବାହାରେ ଫସିରହିଥିବା ଓଡିଆ ଶ୍ରମିକଙ୍କ ଯତ୍ନ ନେବା ପାଇଁ ସେ ସେସବୁ ରାଜ୍ୟକୁ ଅନୁରୋଧ କରାଯାଇଛି ।
ରାଜ୍ୟରେ କୋଭିଡ୍ ଟେଷ୍ଟିଙ୍ଗ୍ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରେପିଡ୍ ଟେଷ୍ଟିଙ୍ଗ୍ ସୁବିଧା ବିକାଶ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବେ ସହଯୋଗ ଓ ସମର୍ଥନ ମିଳିଛି ସେଥିପାଇଁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକମାତ୍ର ବାଟ ।
ବଡ଼ଖବର: ରାଜ୍ୟରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ଜଣ କରୋନା +VE। ଦିନ ଦ୍ୱିପ୍ରହରରେ ୨ଜଣ ଚିହ୍ନଟ ହୋଇଥିବା ବେଳେ ବିଳମ୍ବିତ ରାତିରେ ଆଉ ୪ଜଣଙ୍କର ତଥ୍ୟ ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ସୂଚନା ଦେଲେ ରାଜ୍ୟ ସରକାର। ରାତି ୧୧ଟା ବେଳକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଅପଲୋଡ୍ ହୋଇଥିବା ତଥ୍ୟ ଅନୁସାରେ ଆଜି ୪୦୮ ଜଣଙ୍କର ନମୁନା ପରୀକ୍ଷା ହୋଇଛି। ସେଥିରୁ ୬ଟି +VE ହୋଇଥିବା ବେଳେ ୪୦୨ଟି ନେଗେଟିଭ୍ ବାହାରିଛି। ଆଜି ପର୍ଯ୍ୟନ୍ତ ମୋଟ ୩୨୪୯ଟି ନମୁନା ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ୩୨୦୧ ଟି ନମୁନା ନେଗେଟିଭ୍ (-VE) ହୋଇଥିବା ବେଳେ ବାକି ୪୮ଟି ନମୁନା ପଜିଟିଭ୍ ବାହାରିଛି। ସେଥିମଧ୍ୟରେ ଏପ୍ରିଲ୍ ୯ତାରିଖରେ ୬ଟି କେସ୍ ଚିହ୍ନଟ ହୋଇଛି।
ଲକ୍ ଡାଉନ୍ ହଟିବା ପରେ ଚୀନରୁ ଆସିଲା ଲଢେଇ ଚିତ୍ର । ହୁବେଇ ସହରରୁ ବାହାରକୁ ଯିବା ପାଇଁ ବସଷ୍ଟାଣ୍ଡ, ଟ୍ରେନ ଷ୍ଟେସନରେ ଅସମ୍ଭାଳ ଭିଡ, ପରସ୍ପର ଧକ୍କାରୁ ସ୍ଥାନେ ସ୍ଥାନେ ହିଂସା, ଭିଡ ରୋକିବାକୁ ପୁଲିସ ନାକେଦମ ।
Comments