ରିପୋର୍ଟ:କୋଭିଡ୍-୧୯ ରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ରକ୍ତ ପ୍ଲାଜମା କରୋନା ଭୂତାଣକୁ ରୋକିବାରେ ହେଉଛି ସଫଳ

ଚୀନ୍‌ର ଏକ ଛୋଟ ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନେ କୋଭିଡ-୧୯ ରୋଗରୁ ଆରୋଗ୍ୟ ହୋଇଛନ୍ତି ସେମାନଙ୍କ ଠାରୁ ରକ୍ତ ଅଣାଯାଇ ନୂତନ ପୀଡିତଙ୍କ ଦେହରେ ପ୍ରୟୋଗ କରାଯିବାରୁ ଆକ୍ରାନ୍ତଙ୍କ ଠାରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି।
କରୋନା ଭାଇରସ ଉପରେ ଚାଇନାର ହୋଇଥିବା ନୂତନ ରିସର୍ଚ୍ଚ ଅନୁଯାୟୀ, କୋଭିଡ -19 ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ରକ୍ତ ସେରମ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କ ଉପରେ ପ୍ରୟୋଗ କରିବା ଫରେ ଏହା ସଂକ୍ରମଣ ରୋକିବା ରେ ସଫଳ ସାବ୍ୟସ୍ତ ହୋଇଛି।
ପ୍ଲାଜମା ଦାନ କଣ:
“କନଭାଲେସେଣ୍ଟ ପ୍ଲାଜ୍ମା”କିଛି ନୂଆ କଥା ନୁହେଁ, କିନ୍ତୁ ବର୍ତ୍ତମାନ ଏହାକୁ covid-19 ବିରୋଧରେ ପ୍ରୟୋଗ କରାଯାଉଛି, କାରଣ କରୋନା ଭାଇରସ ଉପରେ କୌଣସି ଔଷଧ କାମ କରୁନାହିଁ | ଏହି ପ୍ରକ୍ରିୟାରେ ରୋଗୀଙ୍କ ରକ୍ତରେ ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡି ଦିଆଯାଇଥାଏ। ସେମାନେ ଭୂତାଣର ବଂଶ ବ୍ରୁଦ୍ଧିରେ ହସ୍ତକ୍ଷେପ କରି ଏକ ଅସ୍ଥାୟୀ ସହାୟତା ପ୍ରଦାନକରି ଆକ୍ରାନ୍ତ ବ୍ୟକ୍ତିର ରୋଗ ପ୍ରତିଷୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାନ୍ତି |
ସକରାତ୍ମକ ଫଳାଫଳ:
ଚାଇନାରରାଷ୍ଟ୍ରାୟତ୍ତ ସିନୋ ଫାର୍ମରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କ ଦ୍ୱାରା ଲେଖାଯାଇଥିବା ରିପୋର୍ଟରେ କୁହାଯାଇଛି ରୋଗୀ ଶରୀରରେ ପ୍ଲାଜମା ପ୍ରୟୋଗ ପାଇଁ ମନୋନୀତ ହୋଇନଥିଲା, ତେଣୁ ପ୍ଲାଜାମାର ସକରାତ୍ମକ ପ୍ରଭାବ ନିଶ୍ଚିତ ଭାବରେ ଏଯାବତ୍ ପ୍ରମାଣିତ ହୋଇ ନାହିଁ | ମାତ୍ର ୧୦ ଜଣ ଗୁରୁତର ଭାବେ ପ୍ରଭାବିତ ରୋଗୀ ଙ୍କ ଶରୀରରେ ପ୍ଲାଜମା ସହିତ ଚିକିତ୍ସା କରାଯାଇ ଥିଲା, ତିନି ଦିନ ପରେ ବହୁତ ଭଲ ଫଳ ସାମ୍ନାକୁ ଆସିଥିଲା | ଅନେକ ରୋଗୀଙ୍କ ମଧ୍ୟରେ ଭୂତାଣୁ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିଲା, ଗବେଷକମାନେ ଏହି ସିଦ୍ଧାନ୍ତ ନେବାକୁ ଲାଗିଲା ଯେ ଗୁରୁତର କୋଭିଡ -19 ରୋଗୀଙ୍କ ମାମଲାରେ ପ୍ଲାଜମା “ଏକ ମହୌଷଧି ଭାବରେ କାର୍ଯ୍ୟ କରିପାରିବ”। ଚାଇନାରୁ ପାଞ୍ଚ ଜଣ ରୋଗୀଙ୍କୁ ନେଇ ଏହି ରିପୋର୍ଟ ଅନୁସରଣ କରାଯାଇଛି।
ଆମେରିକାରେ ପ୍ରସ୍ତୁତି ଆରମ୍ଭ:
ଆମେରିକାର ଡାକ୍ତରଖାନାଗୁଡ଼ିକ ରକ୍ତଦାତାମାନଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ରୋଗୀଙ୍କ ଶରୀର ରେ ପ୍ଲାଜମା ରକ୍ତଦାନ ମଧ୍ୟ କରିବାକୁ ଚେଷ୍ଟା କରାଯାଉଛି। ଆମେରିକୀୟ ଆସୋସିଏସନ୍ ଅଫ୍ ବ୍ଲଡ୍ ବ୍ୟାଙ୍କ୍ ଏକ ୱେବ୍ ପେଜ ସ୍ଥାପନ କରିଛି ଯାହା ଦ୍ୱାରା covid-19 ରୁ ଉଦ୍ଧାର ହୋଇଥିବା ଲୋକମାନେ କେଉଁଠାରେ ରକ୍ତ ଦାନ କରିବେ ସେଠାରୁ ଜାଣିପାରିବେ |

Comments