କରୋନାଭାଇରସକୁ ୪୮ ଘଣ୍ଟାରେ ମାରି ପାରିବ ‘ଆଇଭରମେକଟିନ୍’



କରୋନାଭାଇରସ ପାଇଁ ‘ଆଇଭରମେକଟିନ୍’


ନୂଆଦିଲ୍ଲୀ : ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇପାରିବ। ଅଷ୍ଟ୍ରେଲିଆର ଗବେଷକମାନେ ଏଭଳି ଚମତ୍କାରିତା ଦେଖାଇଥିବା ବେଳେ ଆଣ୍ଟି-ପାରାସାଇଟ୍ ଔଷଧର ଉପଯୋଗ କରି ସଫଳତା ହାସଲ କରିଛନ୍ତି। ଗବେଷକମାନେ ଦାବି କରିଛନ୍ତି ପରଜୀବୀ ଜୀବାଣୁ ନିରୋଧୀ ଔଷଧ ‘ଆଇଭରମେକଟିନ୍’ କରୋନା ଭୂତାଣୁକୁ ମାରିପାରିବ।
ଅଷ୍ଟ୍ରେଲିଆର ମୋନାସ ବିଶ୍ୱବିଦ୍ୟାଳୟର ବାୟୋମେଡିସିନ୍ ଡିସକଭରି ଇନଷ୍ଟିଚ୍ୟୁଟ ଓ ପିଟର୍ ଡୋହେର୍ଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫେକସନ୍ ଆଣ୍ଡ୍ ଇମ୍ୟୁନିଟିର ଗବେଷକମାନେ ଏକ ମିଳିତ ଅଧ୍ୟୟନ କରି ଏହି ଔଷଧର ସଫଳତା ବିଷୟରେ ଜଣାଇଛନ୍ତି। ଅଧ୍ୟୟନର ନେତୃତ୍ୱ ନେଇଥିବା ମୋନାସ ବାୟୋମେଡିସିନ୍ ଡିସକଭରି ଇନଷ୍ଟିଚ୍ୟୁଟର ଡାକ୍ତର କାଇଲାଇ ୱାଗଷ୍ଟାଫ୍ ‘ମେଡିକାନ୍ ଏକ୍ସପ୍ରେସ୍’କୁ କହିଛନ୍ତି ‘ଆଇଭରମେକଟିନ୍’ ଔଷଧ ୪୮ଘଣ୍ଟା ମଧ୍ୟରେ ଜୀବକୋଷ ମଧ୍ୟରେ କୋଭିଡ୍-୧୯ କରୋନାଭାଇରସ୍ ବୃଦ୍ଧିକୁ ଅଟକାଇବାକୁ ସକ୍ଷମ। ଏହି ଔଷଧର ଗୋଟିଏ ପାନ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଭୂତାଣୁଗ୍ରସ୍ତ “ଆରଏନଏ’କୁ ନଷ୍ଟ କରିଦେବ। ଡାକ୍ତର ୱାଗଷ୍ଟାଫ୍ କହିଛନ୍ତି ‘ଆଇଭରମେକଟିନ୍’ ଔଷଧକୁ ପରୀକ୍ଷା ନଳୀ ମଧ୍ୟରେ ଥିବା ଭୂତାଣୁଙ୍କ ଉପରେ ପ୍ରୟୋଗ କରାଯାଇ ଅଧ୍ୟୟନ କରାଯାଇଛି। ମଣିଷଙ୍କ ଶରୀରରେ ଏହାର ପରୀକ୍ଷା ହେବ ଉଚିତ। ‘ଆଇଭରମେକଟିନ୍’ ନିରାପଦ ଔଷଧ ହୋଇଥିବାରୁ ଏହାର ବହୁଳ ବ୍ୟବହାର ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ‘ଆଇଭରମେକଟିନ୍’ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍’ ଅନୁମୋଦିତ ଔଷଧ। “ଏଚଆଇଭି’, “ଡେଙ୍ଗୁ’, “ଇନଫ୍ଲୁଏଞ୍ଜା’ ଓ “ଜାଇକା ଭୂତାଣୁ’ ସମେତ ଅନେକ ଭୂତାଣୁ ସଂକ୍ରମଣ ଚିକିତ୍ସାରେ ଏହି ଔଷଧ ବ୍ୟବହାରରେ ସଫଳତା ମିଳିଛି।

Comments